Skip to main content

Finance Department ଓଡ଼ିଶା ସରକାର

ସର୍ତ୍ତାବଳୀ

ସାଧାରଣ ଭିତର ବ୍ୟାନର _ ଅର୍ଥ

ଏହି ୱେବସାଇଟ୍‌ଟି ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ ଦ୍ୱାରା ପରିକଳ୍ପିତ, ବିକଶିତ ଏବଂ ପରିଚାଳିତ। ଏହି ୱେବସାଇଟ୍‌ରେ ଥିବା ବିଷୟବସ୍ତୁର ସଠିକତା ଏବଂ ସାମ୍ପ୍ରତିକତା ନିଶ୍ଚିତ କରିବାକୁ ସମସ୍ତ ପ୍ରକାର ପ୍ରୟାସ କରାଯାଇଛି, ତଥାପି ଏହାକୁ ଏକ ଆଇନଗତ ବିବୃତି ଭାବେ ଗ୍ରହଣ କରାଯିବା ଉଚିତ ନୁହେଁ କିମ୍ବା କୌଣସି ଆଇନଗତ ଉଦ୍ଦେଶ୍ୟରେ ବ୍ୟବହାର କରାଯିବା ଉଚିତ ନୁହେଁ। କୌଣସି ଅସ୍ପଷ୍ଟତା କିମ୍ବା ସନ୍ଦେହ କ୍ଷେତ୍ରରେ, ବ୍ୟବହାରକାରୀଙ୍କୁ ମନ୍ତ୍ରଣାଳୟ ଏବଂ/କିମ୍ବା ଅନ୍ୟାନ୍ୟ ଉତ୍ସ ସହିତ ଯାଞ୍ଚ କରିବାକୁ ଏବଂ ଉପଯୁକ୍ତ ବୃତ୍ତିଗତ ପରାମର୍ଶ ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି।

ଏହି ୱେବସାଇଟ୍‌ର ବ୍ୟବହାର କିମ୍ବା ବ୍ୟବହାର ଜନିତ ତଥ୍ୟ ହରାଇବା କାରଣରୁ ଯଦି କୌଣସି ପ୍ରତ୍ୟକ୍ଷ, ପରୋକ୍ଷ କିମ୍ବା ପରିଣାମସ୍ୱରୂପ ଖର୍ଚ୍ଚ, କ୍ଷତି ବା ନଷ୍ଟ ହୁଏ, ତେବେ ସେଥିପାଇଁ ଏହି ମନ୍ତ୍ରଣାଳୟ କୌଣସି ପରିସ୍ଥିତିରେ ଦାୟୀ ରହିବେ ନାହିଁ।

ଏହି ନିୟମ ଓ ସର୍ତ୍ତାବଳୀ ଭାରତୀୟ ଆଇନ ଅନୁଯାୟୀ ପରିଚାଳିତ ଏବଂ ବ୍ୟାଖ୍ୟା କରାଯିବ। ଏହି ନିୟମ ଓ ସର୍ତ୍ତାବଳୀ ଅଧୀନରେ ଉପୁଜିଥିବା ଯେକୌଣସି ବିବାଦ ଭାରତୀୟ ଅଦାଲତର କ୍ଷେତ୍ରାଧିକାର ଅନ୍ତର୍ଭୁକ୍ତ ହେବ।

ଏହି ୱେବସାଇଟ୍‌ରେ ଦିଆଯାଇଥିବା ସୂଚନାଗୁଡ଼ିକ ମଧ୍ୟରେ ବେସରକାରୀ କିମ୍ବା ଘରୋଇ ସଂସ୍ଥା ଦ୍ୱାରା ପ୍ରସ୍ତୁତ ଏବଂ ପରିଚାଳିତ ହେଉଥିବା ହାଇପରଟେକ୍ସଟ୍ ଲିଙ୍କ୍ କିମ୍ବା ସୂଚକାଙ୍କ ରହିଥାଇପାରେ। ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ କେବଳ ଆପଣଙ୍କ ସୂଚନା ଏବଂ ସୁବିଧା ପାଇଁ ଏହି ଲିଙ୍କ୍ ଏବଂ ସୂଚକାଙ୍କଗୁଡ଼ିକୁ ପ୍ରଦାନ କରୁଛି। ଯେତେବେଳେ ଆପଣ କୌଣସି ବାହ୍ୟ ୱେବସାଇଟ୍‌ର ଲିଙ୍କ୍ ଚୟନ କରନ୍ତି, ସେତେବେଳେ ଆପଣ ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିକାଶ ବିଭାଗର ୱେବସାଇଟ୍‌ରୁ ବାହାରି ଯାଆନ୍ତି ଏବଂ ସେହି ବାହ୍ୟ ୱେବସାଇଟ୍‌ର ମାଲିକ କିମ୍ବା ପ୍ରାୟୋଜକଙ୍କ ଗୋପନୀୟତା ଓ ସୁରକ୍ଷା ନୀତି ଅଧୀନରେ ରହନ୍ତି।

ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ, ଏହିପରି ସଂଯୁକ୍ତ ପୃଷ୍ଠାଗୁଡ଼ିକର (linked pages) ସବୁ ସମୟରେ ଉପଲବ୍ଧତା ପାଇଁ କୌଣସି ଗ୍ୟାରେଣ୍ଟି ଦିଅନ୍ତି ନାହିଁ।

ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ, ସଂଯୁକ୍ତ ୱେବସାଇଟ୍‌ଗୁଡ଼ିକରେ (linked websites) ଥିବା କପିରାଇଟ୍ ସଂରକ୍ଷିତ ବିଷୟବସ୍ତୁର ବ୍ୟବହାର ପାଇଁ ଅନୁମତି ଦେଇପାରିବେ ନାହିଁ। ବ୍ୟବହାରକାରୀଙ୍କୁ ସେହି ସଂଯୁକ୍ତ ୱେବସାଇଟ୍‌ର ମାଲିକଙ୍କଠାରୁ ଏପରି ଅନୁମତି ମାଗିବାକୁ ପରାମର୍ଶ ଦିଆଯାଇଛି।

ଓଡ଼ିଶା ସରକାରଙ୍କ ଅର୍ଥ ବିଭାଗ, ସଂଯୁକ୍ତ ୱେବସାଇଟ୍‌ଗୁଡ଼ିକ ଭାରତ ସରକାରଙ୍କ ୱେବ୍ ନିର୍ଦ୍ଦେଶାବଳୀ ଅନୁସରଣ କରୁଥିବାର କୌଣସି ଗ୍ୟାରେଣ୍ଟି ଦିଅନ୍ତି ନାହିଁ।